Bande Bandeham

ବନ୍ଦେ ବନ୍ଦେଽହଂ
(Raghunatha— Raga Malaba, Tala Tripata)
(ରଘୁନାଥ— ରାଗ ମାଳବ, ତାଳ ତ୍ରିପଟା)

ବନ୍ଦେ ବନ୍ଦେଽହଂ । ଘୋଷା ।

ବନ୍ଦେ ଶ୍ରୀଗୁରୁ ବନଜ ଚରଣକୁ
ଗୁରୁଙ୍କୁ ବୈଷ୍ଣବ ବୃନ୍ଦଙ୍କୁ
ରୂପ ସହିତ ସନାତନ ଚରଣ
ଭଟ୍ଟ ରଘୁନାଥ ଜୀବଙ୍କୁ । ୧ ।

ନିରନ୍ତରେ ଗୋପାଳ ଭଟ୍ଟ
ଶ୍ରୀପଦକୁ ରଘୁନାଥ ଦାସଙ୍କୁ
ଅଦ୍ୱୈତ ନିତ୍ୟାନନ୍ଦଗଣ
ଶ୍ରୀକୃଷ୍ଣ ଚୈତନ୍ୟ ଦେବଙ୍କୁ । ୨ ।

ବନ୍ଦେ ଶ୍ରୀ ରାଧାକୃଷ୍ଣ ପଦଯୁଗ
ଲଳିତା ସହ ବିଶାଖାଙ୍କୁ
ତୁଙ୍ଗବିଦ୍ୟା ସହିତ ସଖୀବୃନ୍ଦାଦି
ବୃନ୍ଦାରଣ୍ୟକୁ । ୩ ।

ଯୁଗଳ କଣ୍ଡଳକୁ ଯମୁନା ପୁଳିନକୁ
ରାସସ୍ଥଳୀ ନୀପମୂଳକୁ
ଧ୍ୟାୟେ ରଘୁନାଥ ବଂଶୀବଟ
ଗୋପାଳ ଗୁରୁଙ୍କ ନିବାସକୁ । ୪ ।