Jaya Brusabhanu Nandini

ଜୟ ବୃଷଭାନୁ ନନ୍ଦିନି
(Raghunatha— Raga Baradi, Tala Ekatali)
(ରଘୁନାଥ— ରାଗ ବରାଡ଼ି, ତାଳ ଏକତାଳି)

ଜୟ ବୃଷଭାନୁ ନନ୍ଦିନି ରାଧେ
ଜୟ ସୁଷମା ଗୁଣ ବନ୍ଦିନି ରାଧେ
ଜୟ ବିଷମାଶୁଗ ମାନସମୋହିନି
ଜୟ ରସନାଗରୀ ପଙ୍କଜବାସିନି । ୧ ।

ନନ୍ଦତନୟ ଜଗଦ୍‌ବନ୍ଦନ
ମନ୍ଦରଧର ଆନନ୍ଦକାରିଣି
ସୁନ୍ଦରୀମଣି ଅରବିନ୍ଦବଦନି
ମଦ ସିନ୍ଧୂର ଗାମିନି । ୨ ।

ବ୍ରଜମଣ୍ଡନି ଧନି ସଜନି କୁମୁଦବ୍ରଜ
ରଜନୀକର ସମ ଉଲ୍ଲାସିନି
ନଜର ରଖ କୃପାରେ କବିଦ୍ୱିଜରାଜ ରଘୁନାଥକୁ
ମନେ ନିଜ ଦାସୀ ବୋଲି ଏ ଘେନି । ୩ ।