Madhu Samaya Prabesa

ମଧୁ ସମୟ ପ୍ରବେଶ
(Raghunatha— Raga Kalyana, Tala Adatali)
(ରଘୁନାଥ— ରାଗ କଲ୍ୟାଣ, ତାଳ ଆଡ଼ତାଳି)

ମଧୁ ସମୟ ପ୍ରବେଶ ମନୋହର ବନ ଦେଶ
ମଧୁର ମଧୁ ଲୋଭରେ ମଧୁପେ ହୋଇଲେ ବଶ । ୧ ।

କିଶଳୟ ବିଟପିରେ କି ନ କରେ ବିଟପିରେ
ଅଶନ କରି ବକୁଳ ଅଥିର କୋକିଳ କରେ । ୨ ।

ବିରହୀ ବିରହିଣୀରେ ବିକଳ ଅଧିକତରେ
ସ୍ମର ମାରଇ ଶରରେ ସ୍ମରଣ ନ ରଖେ ଧୀରେ । ୩ ।

କୁସୁମ ବାସ ସମୀର ଘେନି ବହେ ଧୀର ଧୀର
କି ସୁଖ ଜାତ ନ କରେ କାନ୍ତ ସହିତା କାନ୍ତାରେ । ୪ ।

କବି ସୁଧାନିଧି ଭଣି କମନୀୟ ଶ୍ୟାମ ଗୁଣି
ଅବିଳମ୍ବେ ପରବାସୁ ଆସିଲେ ରସିକଶ୍ରେଣୀ । ୫ ।