Aha Heba Ki Buddhi

ଆହା ହେବ କି ବୁଦ୍ଧି
(Raghunatha— Raga Anandabhairabi, Tala Tripata)
(ରଘୁନାଥ— ରାଗ ଆନନ୍ଦଭୈରବୀ, ତାଳ ତ୍ରିପଟା)

ଆହା ହେବ କି ବୁଦ୍ଧି
ଯାହା ତେଜିଲି କରୁଁ ଜାଣି ଜାଣି ମୁଁ ନିଧି । ଘୋଷା ।

କରେ ଥିଲା ଚିନ୍ତାବଲ୍ଲୀ
କାମ ପୂର୍ଣ୍ଣ ନୋହିଲି । ୧ ।

ଯୁବତିଏ ଏହି ମତ
ଭାବରେ ହରନ୍ତି ଚିତ୍ତ । ୨ ।

କଙ୍କେଳି କୁଞ୍ଜରେ ବୋଲି
ସଙ୍କେତ ଦେଲା ଛଇଳି । ୩ ।

କହେ ରସେ ରଘୁନାଥ
କୁଞ୍ଜେ ବସି ଦେଖ ପଥ । ୪ ।