Ahare Nabina Nabina

ଆହରେ ନବୀନା ନବୀନା
(Raghunatha— Raga Ahari, Tala Ekatali)
(ରଘୁନାଥ— ରାଗ ଆହାରୀ, ତାଳ ଏକତାଳି)

ଆହାରେ ନବୀନା ନବୀନା । ଘୋଷା ।

କୁନ୍ଦନ ହେମଗୋରୀ କମନୀୟ କିଶୋରୀ
କୁନ୍ଦଦଶନୀ ଅରବିନ୍ଦ ଚାରୁ ବଦନୀ । ୧ ।

ସାହା ନୋହିଲେ ମୋତେ ସୁରସିକା ଜଗତେ
ଆହା ବୋଲିବ କେହି ଆରତ ଦେଖି ସତେ । ୨ ।

କେଡ଼େ କରମ କଲି କିମ୍ପା ବୁଦ୍ଧି ହୁଡ଼ିଲି
ଏଡ଼େ ଦୟାଳୁ ଲଭି ଇଚ୍ଛା ପୂର୍ଣ୍ଣ ନ ହେଲି । ୩ ।

କହଇ ରଘୁନାଥ କବି ରଜନୀନାଥ
ରହରେ ରହି ଏହା କହିଲେ ନନ୍ଦସୁତ । ୪ ।