Syama Bandhu E Nisi Re

ଶ୍ୟାମ ବନ୍ଧୁ ଏ ନିଶିରେ
(Raghunatha— Raga Ahari, Tala Adatali)
(ରଘୁନାଥ— ରାଗ ଆହାରୀ, ତାଳ ଆଡ଼ତାଳି)

ଶ୍ୟାମ ବନ୍ଧୁ ଏ ନିଶିରେ
ଆସିବେ କି ଗୋ ସଙ୍ଗିନୀ । ଘୋଷା ।

ଏ ମଦନ କଦନକୁ ନାଶିବେ କି ଗୋ
ପଲ୍ୟଙ୍କରେ ନିଃଶଙ୍କରେ ବସିବେ କି ଗୋ । ୧ ।

ମତେ ଦେଖି ଡୋଳା ଢାଳି ହସିବେ କି ଗୋ
ରଙ୍ଗେ ମୋ ଅଙ୍ଗରେ ଭୋଳେ ମିଶିବେ କି ଗୋ । ୨ ।

ହରଷେ ସରସେ ବାଣୀ ଭାଷିବେ କି ଗୋ । ୩ ।
ଶ୍ରୀମତୀ ମତିକି ସେ ଉଲ୍ଲାସିବେ କି ଗୋ । ୪ ।
ଦ୍ୱିଜ ରଘୁନାଥ ବୋଲେ ତୋଷିବେ କି ଗୋ । ୫ ।