E Dasa Mora To Gheni

ୟେ ଦଶା ମୋର ତୋ ଘେନି
(Raghunatha— Raga Anandabhairabi, Tala Ekatali)
(ରଘୁନାଥ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ସଜନୀ ୟେ ଦଶା ମୋର ତୋ ଘେନି
ଆସିବେ ବୋଲି ଜଗାଇଦେଲୁ ଯା ଆଜ ରଜନୀ । ଘୋଷା ।

କଲୁ ତାହା ଆନ ଦେଲୁ ଯେତେ ଆନ
ମୋର ଅଭିମାନ କରାଇଲୁ ମ୍ଳାନ
ମୁଁ ସତୀପଣକୁ ନ ଗଣେ ଜଣକୁ
ଏବେ ତାହା ହେଲେ ହାନି ଗୋ । ୧ ।

ସ୍ନେହ ବଳାଇଲୁ ମନ ଝଳାଇଲୁ
ମତେ ଛଳାଇଲୁ ଦୁଃଖେ ଦଳାଇଲୁ
ଏବେ ତୋର କଥା ହୋଇଗଲା ବୃଥା
ଆସିଥିଲି ସତ ମାନି ଗୋ । ୨ ।

ପାଇ ତୋ ଆଦେଶ ହୋଇ ମୁଁ ସୁବେଶ
ପିନ୍ଧି ନୀଳବାସ ଲଭିଥିଲି ରୋଷ
ମୋର ପ୍ରତିଆଶା
ହୋଇଗଲା ସିନା ଗ୍ଳାନି ଗୋ । ୩ ।

ପୁରେ ରହିଥିଲି କାଳ ବଞ୍ଚୁଥିଲି
ଏଥିକି ଆସିଲି ଚିନ୍ତାରେ ଭାସିଲି
କହେ ରଘୁନାଥ ଏ ବନେ ଅନାଥ
କରିଦେଇ ହେଲୁ ତୁନି ଗୋ । ୪ ।