Se Mohananku Snehe Ke Mohila

ସେ ମୋହନଙ୍କୁ ସ୍ନେହେ କେ ମୋହିଲା
(Raghunatha— Raga Sri, Tala Ekatali)
(ରଘୁନାଥ— ରାଗ ଶ୍ରୀ, ତାଳ ଏକତାଳି)

ସେ ମୋହନଙ୍କୁ ସ୍ନେହେ କେ ମୋହିଲା ଗୋ । ଘୋଷା ।

ସ୍ନେହେ କେ ମୋହିଲା ସୁରତି ବିହିଲା
ତାର କାମନା ଯେତେ ସଫଳ ହୋଇଲା । ୧ ।

ସରାଗେ କହିଲା କୁଞ୍ଜରେ ରହିଲା
ତା ତନୁକୁ ଅତନୁ ଶରେ ନ ଦହିଲା । ୨ ।

ଅଙ୍କରେ ବସିଲା ଅଙ୍ଗରେ ମିଶିଲା
ସଜନୀ ଏ ରଜନୀ ହରଷରେ ବଞ୍ଚିଲା । ୩ ।

କିଶୋରୀ ଭାସିଲା ଭାବକୁ କଷିଲା
କବି ରଜନୀନାଥ ରଘୁନାଥ ଭଣିଲା । ୪ ।