(ରଘୁନାଥ— ରାଗ ଶ୍ରୀ, ତାଳ ଆଡ଼ତାଳି)
ସହି କେହି ମୋହିଲା ଗୋ । ଘୋଷା ।
କହିଲେ ଯେତେ ମୋହିଲେ ତେତେ
ରହିଲେ ଲୀଳା କାହିଁ ବିହି ସେ କେତେ । ୧ ।
କୋପରେ ଅତି ପରତାପ ହୋଇଛି ସ୍ମର
ଧାପ ଦେଉଛି ଏବେ ମୋ ପରେ ନିରନ୍ତର । ୨ ।
ମନ୍ଦପଣେ ତୁହାଇ ମନ୍ଦପାଳ ଡାକଇ
ମନ୍ଦ ପବନ ଅରବିନ୍ଦ ବନୁ ବହଇ । ୩ ।
ଦ୍ୱିଜ ରଘୁନାଥ ଭଜଇ ନିରତ
ସେ ଯୁଗଳ ପଦ ହେଜ ଜନେ ନିରତ । ୪ ।