Asile Nahin Kahin Pain

ଆସିଲେ ନାହିଁ କାହିଁ ପାଇଁ
(Raghunatha— Raga Asabari, Tala Ekatali)
(ରଘୁନାଥ— ରାଗ ଆଶାବରୀ, ତାଳ ଏକତାଳି)

ଆସିଲେ ନାହିଁ କାହିଁ ପାଇଁ ଶ୍ୟାମ । ଘୋଷା ।

ଆସିବି ବୋଲି କହି ଆଣି କୁଞ୍ଜେ ଜଗାଇ
ତୋଷିଲେ କାହା ମନ ସେହି । ୧ ।

ସଖାଏ କଉତୁକେ ସଙ୍ଗେ ହୋଇ ଉତ୍ସୁକେ
ରଖାଇଲେ କି ଅଟକାଇ । ୨ ।

ଅନ୍ଧକାର ବଣରେ ଆସନ୍ତେ ସଙ୍କେତରେ
ବନ୍ଦ ହେଲେ କି କେଉଁଠାରେ । ୩ ।

କହଇ ରଘୁନାଥ କବି ରଜନୀନାଥ
ଶ୍ରୀହରି ପାଦପଦ୍ମ ଧ୍ୟାଇ । ୪ ।