Kahinki E Kunja Banaku

କାହିଁକି ଏ କୁଞ୍ଜ ବନକୁ
(Raghunatha— Raga Ahari, Tala Attatala)
(ରଘୁନାଥ— ରାଗ ଆହାରୀ, ତାଳ ଅଟ୍ଟତାଳ)

କାହିଁକି ଏ କୁଞ୍ଜ ବନକୁ ଆସିଲି
ସଙ୍ଗିନୀରେ ସହିଲି ଏ ଦୁଃଖ ଭାସିଲି । ୧ ।

ସୁଧାକର ଆସି ଉଦୟ ହୋଇଲା
ଉଦ୍ଧାର ହୋଇବା ପଥ ନ ଦିଶିଲା । ୨ ।

ସେ ଯେହୁ ସଙ୍କେତ ଦେଇ ନ ଆସିଲେ
ମୋ ଯଉବନକୁ ଅକାରଣ କଲେ । ୩ ।

ସଦନରେ ସୁଖେ କାଳ ବଞ୍ଚୁଥିଲି
ମଦନ କରରେ ଏବେ ମୁଁ ପଡ଼ିଲି । ୪ ।

କବି ସୁଧାନିଧି ରଘୁନାଥ ବୋଲେ
ଏ ବିଚ୍ଛେଦ ଯିବ ମୋହନ ଆସିଲେ । ୫ ।