Ki Karibi Kaha Go Sajani

କରିବି କହ ଗୋ ସଜନୀ
(Raghunatha— Raga Baradi, Tala Adatali)
(ରଘୁନାଥ— ରାଗ ବରାଡ଼ି, ତାଳ ଆଡ଼ତାଳି)

କି କରିବି କହ ଗୋ ସଜନୀ ଏବେ । ଘୋଷା ।

କି କରିବି କହ ଏବେ ନ କଲେ କରୁଣା ଯେବେ
ଅଟକେ ରହିଲେ କି ଗୋ ସେ କେଉଁ ରମଣୀ ଭାବେ । ୧ ।

ସକଳ ବିଷୟ ତେଜି ଅକପଟେ ଥିଲି ଭଜି
ମୁଁ କରି ନାହିଁ ତ ଦୋଷ ନିକର କହୁଛି ଆଜ । ୨ ।

କଳପ ସୁକୃତ ପଦତଳରେ ରହିବ ଆସି
ଜଳପିଲେ ପଦେ ସେହି ତଳପ ଉପରେ ବସି । ୩ ।

ମଦନ ଶରରେ କେତେ କଦନ ମତେ ସେ ଦେଲେ
ସଦନେ କାଅହର ରହି ବଦନ ନ ଦେଖାଇଲେ । ୪ ।

କବି ସୁଧାନିଧି ଭଣି ଏ ବିରସ ବାଣୀ ଶୁଣି
ଅବିଳମ୍ବେ ଦୂତୀ ବୋଲେ ଯିବି ମୁଁ ତାହାଙ୍କୁ ଆଣି । ୫ ।