(ରଘୁନାଥ— ରାଗ ଶ୍ରୀ, ତାଳ ଏକତାଳି)
କଦନ ଦେଉ ତୁ କେତେ ମଦନ ମୋତେ । ଘୋଷା ।
ସଦନ ହେଲାନି ବନ ବଦନ ଦେଖୁଛୁ ମ୍ଳାନ
ରଦନ ଭିଡ଼ି ତୁ ବାଣ ଭେଦନ କରୁ ନିରତେ । ୧ ।
ବିଷମ ବିଶିଖ ବାର ବିଷମ ବିଶିଖବାର
ଅସମୟରେ ମୋହର ତ୍ରାସ ନ ଧର ତୁ ଚିତ୍ତେ । ୨ ।
ତୋହର ଅଟଇ ପର ଯେ ହର ତାକୁ ପ୍ରହାର
ମୋହର ଠାରେ ସତ୍ୱର ସଂହର କୋପ କିଞ୍ଚିତେ । ୩ ।
ନିକର କହୁଛି ବାଣୀ ନିକର ମୋହର ଶୁଣି
ମକରଧ୍ୱଜ ତୁ ପୁଣି ନ କର କ୍ରୋଧ ସନ୍ତତେ । ୪ ।
ସବିକଳେ ଏହିପରି ସନ୍ତାପ କହୁଁ କିଶୋରୀ
କବି ସୁଧାନିଧି ଭଣି କରି ସ୍ମରଣ ନିରତେ । ୫ ।