Bidhure Bada Badhure

ବିଧୁରେ ବଡ଼ ବାଧୁରେ
(Raghunatha— Raga Ahari, Tala Adatali)
(ରଘୁନାଥ— ରାଗ ଆହାରୀ, ତାଳ ଆଡ଼ତାଳି)

ଚନ୍ଦ୍ର ନିନ୍ଦା
ବିଧୁରେ ବଡ଼ ବାଧୁରେ ବିରହିଣୀରେ । ଘୋଷା ।

ମଧୁର ହାସକୁ ମୋହନର ଧ୍ୟାଇ
ଅଧୁନା ପାଉଛି ଅନୁତାପ ମୁହିଁ । ୧ ।

ଆଶା ହରିଣର ହରି ତୁ କଳଙ୍କୀ
ନାଶିଲେ ତୁ ମତେ ଦୋଷୀ ନୋହିବୁ କି । ୨ ।

ଶୀତକର ତୋର ସଂସାରେ ପ୍ରଚାର
ହିରକର ନୋହି ହେଲୁ ବାଧାକର । ୩ ।

ବଡ଼ବାନଳର ଭ୍ରାତ ତୁ ନିକର
ପୀଡ଼ିବୁ ନାହିଁ କି ବିଷଧର ପରି । ୪ ।

କବି ନିଶାନାଥ କହେ ଭାଷିତ
ଅବିରତ ଭାବି ହରିଙ୍କ ଚରିତ । ୫ ।