(ରଘୁନାଥ— ରାଗ ବିଲାହାରୀ, ତାଳ ଏକତାଳି)
ଚନ୍ଦ୍ର ନିନ୍ଦା
ସୁଧାକର ତୁ ନିରତେ ବାଧା ଦେଉଅଛୁ କେତେ
ସାଧାରଣ ମାର୍ଗେ ରହି ଉଦ୍ଧାର କର ସନ୍ତତେ । ୧ ।
ଉଦୟ ହେଲେ ତୋହର ମୋଦ ହୁଅଇ ଲୋକର
ହୃଦୟ ଭିତରେ ମୋର କଦନ ଦେଉ ମାତର । ୨ ।
କାମ ସଖା ତୁ ହେବାରେ ବାମ ହେଉ ବାରେ ବାରେ
ହିମଗୁଣ ଛାଡ଼ି ଏବେ ଝାମ ଦେଉ ନିରନ୍ତରେ । ୩ ।
କବି ସୁଧାନିଧି ଭଣି କୃଷ୍ଣ ପାଦଯୁଗ ଗୁଣି
ଅବିଳମ୍ବେ ରାଧା ପାଣି ଆର୍ତ୍ତେ ଭୃଙ୍ଗେ କହି ବାଣୀ । ୪ ।