Ali Parama Sukhare

ଅଳି ପରମ ସୁଖରେ
(Raghunatha— Raga Kamodi, Tala Aditala)
(ରଘୁନାଥ— ରାଗ କାମୋଦୀ, ତାଳ ଆଦିତାଳ)

ଭ୍ରମର ନିନ୍ଦା
ଅଳି ପରମ ସୁଖରେ ନଳିନ ପୂର୍ଣ୍ଣ କାସାରେ
ମିଳି ମନ ଆନନ୍ଦରେ କେଳି କର ଅତ୍ୟନ୍ତରେ । ୧ ।

କେତେ କରୁଛୁ ଝଙ୍କାର ମତେ କରି ଅହଙ୍କାର
ଏତେ ସରି ହେଲେ ତୋର ଚିତ୍ତେ କିଛି ନୋହେ ଥିର । ୨ ।

ମାନବତୀଙ୍କର ଚିତ୍ତ ଗାନରେ କରୁ ବ୍ୟଥିତ
ଅନବରତରେ ଧୂର୍ତ୍ତ ତୁ ନ କର ସନ୍ତାପିତ । ୩ ।

କହେ କବି ନିଶାନାଥ ଗୁଣି ଶ୍ରୀ କୃଷ୍ଣଚରିତ
ରହେ ଶ୍ରୀ କିଶୋରୀ ପୁଣି ରୋଷେ କହେ ଏ ଭାଷିତ । ୪ ।