Manda Pala Pika Manda

ମନ୍ଦ ପାଳ ପିକ ମନ୍ଦ
(Raghunatha— Raga Punnaga, Tala Ekatali)
(ରଘୁନାଥ— ରାଗ ପୁନ୍ନାଗ, ତାଳ ଏକତାଳି)

କୋକିଳ ନିନ୍ଦା
ମନ୍ଦ ପାଳ ପିକ ମନ୍ଦ କାଳ ଆରେ ଆରେ । ଘୋଷା ।

କଳକଣ୍ଠ ନାମ ତୋର କଳପିଛି ବେଦବର
କାଳକଣ୍ଠ ହେବା ବଶୁଁ କାଳ ତୁ ବିରହିଣୀର । ୧ ।

ପରଭୃତ ନାମ ବହୁ ପରକୁ ସନ୍ତାପ ବିହୁ
ପରମ ବିବେକୀ ଜନେ ପରଶଂସା ହେବୁ କାହୁଁ । ୨ ।

ଚିର ପ୍ରୀତିକି ହଜାଇ ପରରେ ମାଡ଼ୁଛି ଯେ ତୁହି
ତାର ମନ ମୋହିବାକୁ ତୁ ରବ କର ସେଠାଇଁ । ୩ ।

କବି ସୁଧାନିଧି ଭଣି କିଶୋରୀ ବଚନ ଗୁଣି
ସବିକଳ ମନ ହୋଇ ଶ୍ରୀମତୀ କହନ୍ତି ପୁଣି । ୪ ।