Samirana Suna Bare

ସମୀରଣ ଶୁଣ ବାରେ
(Raghunatha— Raga Ahari, Tala Adatali)
(ରଘୁନାଥ— ରାଗ ଆହାରୀ, ତାଳ ଆଡ଼ତାଳି)

ପବନ ନିନ୍ଦା
ସମୀରଣ ଶୁଣ ବାରେ ରେ
ଏବେ ବାମ ନୁହ ମୋଠାରେ ରେ । ଘୋଷା ।

ଦୈତ୍ୟ ନାମ ଯେବେ ସତ୍ୟ ବହୁ ତେବେ
ଦୈତ୍ୟାରି କି ବାମକର ମନ୍ଦ ଭାବେ । ୧ ।

ଜଗତପ୍ରାଣ ତୁ ଜଗତେ ପ୍ରମାଣ
ଅଗତି ନ କର ଦୁଃଖିନୀକି ପୁଣି । ୨ ।

ଅବଳାରେ କିମ୍ପା ତୁ ବଳୀ ନୋହିବୁ
କବଳୁ ବଳିରୁ ଭୁଜଙ୍ଗରା ଠାବୁ । ୩ ।

କହେ ରଘୁନାଥ କବି ନିଶାନାଥ
ରହେ ଶ୍ରୀ କିଶୋରୀ କହିବା ତ୍ୱରିତ । ୪ ।