(ରଘୁନାଥ— ରାଗ ରେଗୁପ୍ତ, ତାଳ ଆଦିତାଳ)
ଏ ନିଶି କି କଲେ କାନ୍ତ ବିଷମ ଦଶାରେ
ଲୋକ ହସାରେ ବସିଲା ବସାରେ
ସଡ଼ିଗଲି ମୁଁ ଆସି । ଘୋଷା ।
କହିଲେ ସେ ଯେତେ ଘେନି ତାହା ଚିତ୍ତେ
କରିଥିଲି ସତ ପ୍ରତେ ଗୋ
ଏବେ ତାଙ୍କ ଚିତ୍ତ ନ ରହିଲେ ସତେ
କିମ୍ପା କଲେ ଏତେ ସରି ଗୋ ପ୍ରାଣମିତେ । ୧ ।
ଆସିବେ ଅବଶ୍ୟ ବୋଲି ପ୍ରାଣଈଶ
ଚାହୁଁଥିଲି ଦଶ ଦିଶ ଗୋ
ସେ ମୋହର ଦୋଷ ନ ଦେଖି ନିରାଶ
କଲେ ତ ସେ ରାସରସିକ ଏହା କିସ । ୨ ।
ସେ ଯେଉଁ ଅନାଥା କରିଦେଲେ ନାଥ
ଚାହୁ ପୁରୁଷାର୍ଥ ବ୍ୟର୍ଥ ଗୋ
ଆଜ ମନୋରଥା ନୋହିବ କି ସାର୍ଥ
କହେ ରଘୁନାଥ ଆସିବେ ଏବେ ନାଥ । ୩ ।