Sahi Ke Ki Mohilaki

ସହି କେ କି ମୋହିଲାକି
(Raghunatha— Raga Regupta, Tala Adatali)
(ରଘୁନାଥ— ରାଗ ରେଗୁପ୍ତ, ତାଳ ଆଡ଼ତାଳି)

ସହି କେ କି ମୋହିଲାକି ପ୍ରାଣନାଥଙ୍କୁ । ଘୋଷା ।

ମୋହିଲାକି କହିଲାକି
ରହିଲେକି କାହିଁକି କି ବିହି ସେକି । ୧ ।

କାମନାରେ କା ମନାରେ
ବାମ ହେଲେ ଶ୍ୟାମ ଭଲେ ପ୍ରେମ କଲେ । ୨ ।

ଆନ ଦେଲେ ଆନ କଲେ
ଭିନ୍ନ ହେଲେ ସେ ନଇଲେ ଦିନ ନେଲେ । ୩ ।

ରାଧାକୃଷ୍ଣ ରାଧାକୃଷ୍ଣ
ସୁଧ୍ୟାନରେ ସୁଧା ନରେ ବାଧା ହରେ । ୪ ।