(ରଘୁନାଥ— ରାଗ ମୁଖାରୀ, ତାଳ ଆଡ଼ତାଳି)
ଏଣିକି ମୁଁ ଜାଣିଲି ତାର ବିବେକ
ଏତିକି ବୋଲି ଚିହ୍ନିଲି
ଆଣି ନିକୁଞ୍ଜକୁ ଆସିବି ବୋଲି ସେ
ଏଣିକି ନ ଆସି ରହିଲେ କା ରସେ । ଘୋଷା ।
ସତ ବୋଲି ହେଜି ତା ଭାଷା
ସହି ରହିଲି ଏ ଦୁଃଖକୁ ନିଶା
ହିତ ତେଜି କଲେ ଏ ଲୋକହସା
ହେଲି ଏତେ ସରି କରି ମୁଁ ଆଶା । ୧ ।
ମଧୁ ନିଶି ଆସି ପାଉଛି
ବିଧୁ କିରଣ ଅଧିକେ ବାଧୁଛି
ମଧୁକର ରବ ଧୃତି ନେଉଛି
ମାନି ତା ଭାଷାକୁ ଯାହା ହେଉଛି । ୨ ।
କବି ସୁଧାନିଧି ଏ ବାଣୀ
କହଇ ଶୁଣ ଗୋ ସୁବାଣୀ
ନ ବିଚାର ଚିତ୍ତେ ମୁରଲୀପାଣି
ନାଗର ଆସିବେ ସମୟ ଜାଣି । ୩ ।