(ରଘୁନାଥ— ରାଗ ଧନାଶ୍ରୀ, ତାଳ ଏକତାଳି)
ସହି ସେ ପ୍ରୀତିରେ ସତେ କି ଲାଭ ଗୋ
ଶହେ କଥାରେ ସତ ଯା ନ ଥିବ । ଘୋଷା ।
ନିତି ଆନ ଦେଇ ଦେଇ ନିକର ବୋଲି ଏ କହି
ତେତିକି ବେଳରେ ଯେବେ ତା ପାଶୋରି ଦେବ । ୧ ।
ସରାଗ ଥିବ ବାହାରେ ନିରାଶ ଥିବ ଭିତରେ
ପରାଣ ବିକିଲେ ତାକୁ ଫଳ କି ମିଳିବ । ୨ ।
ହିତ ବୋଲି ଭଜିଥିଲେ କିତବପଣ ସେ କଲେ
ଲିତାଏ ହେଲେ ତା ଠାରେ ଲୋଭ କି ବଳିବ । ୩ ।
କହେ ରସେ ରଘୁନାଥ କବି କୁମୁଦିନୀ ନାଥ
ସ୍ନେହେ ମିଶିଥିଲେ ମନ ଛାଡ଼ି କେ ପାରିବ । ୪ ।