Ede Bimukha Mo Thare

ଏଡ଼େ ବିମୁଖ ମୋ ଠାରେ
(Raghunatha— Raga Dhanasri, Tala Ekatali)
(ରଘୁନାଥ— ରାଗ ଧନାଶ୍ରୀ, ତାଳ ଏକତାଳି)

ଏଡ଼େ ବିମୁଖ ମୋ ଠାରେ କାହିଁ ପାଇଁ ଗୋ
ତେଡ଼େ ଅପରାଧୀ ମୁହିଁ ହୋଇ ନାହିଁ ଗୋ । ଘୋଷା ।

କଙ୍କେଳି କୁଞ୍ଜରେ ବୋଲି କହିଥିଲା କୁନ୍ଦବଲ୍ଲୀ
ସଙ୍କେତ କଥା ମନେ ରହିଲା ନାହିଁ ଗୋ । ୧ ।

ବକୁଳକୁ ଜବା ବୋଲି ବଞ୍ଜୁଳ କୁଞ୍ଜକୁ ଗଲି
ସୁକୁମାରୀକି ଲୋଡ଼ିଲି କେତେ ଠାଇଁ ଗୋ । ୨ ।

ଲଳିତାନନ୍ଦଦା କୁଞ୍ଜେ ଲୋଡ଼ି ଲୋଡ଼ି ଗଲି ମୁଁ ଯେ
ଅଳୀକ ନୁହଇ ସହି ସତ ଏହି ଗୋ । ୩ ।

କହେ ରସେ ରଘୁନାଥ କବି କୁମୁଦିନୀ ନାଥ
ରହେ କାହାର ଆୟତ୍ତ ହେଲେ ସ୍ନେହୀ ଗୋ । ୪ ।