(ରଘୁନାଥ— ରାଗ ମରୁଆ, ତାଳ ଆଡ଼ତାଳି)
କି ବୁଦ୍ଧି କରିବୁ ସବୁ ଜାଣି ଜାଣି
ହେବୁ ଯେବେ ଏପରି
ସୁବୁଦ୍ଧି ରମଣୀ ଅବୁଝାଣ ପରି
ଦେବୁ ଯେବେ ଅପବାଦ ନ ବିଚାରି । ୧ ।
ସିନ୍ଧୂର ଗମନୀ ବନ୍ଧୁ ଶୁଣ ଶୁଣ
ଛନ୍ନ ନ ହୋଇ ଏହା
ସୁନ୍ଦର କେମନ୍ତେ ହେବ ବୋଲି ମିତ
ଗୈରିକ ହେଲେ ସିନ୍ଦୂର କି ଗୋ ଏହା । ୨ ।
ଅଞ୍ଜନ ନୋହେ ରଞ୍ଜନ ମୃଗମଦ
ଖଞ୍ଜନ ନେତ୍ର ଘନ
କଞ୍ଜ ଘ୍ରାଣବଶୁ ଭୃଙ୍ଗତାରେ ଫରେ
ଓଷ୍ଠେ କ୍ଷତ କଲା ହୃଦେ ସତ ମାନ । ୩ ।
ନଖରେଖ ବୋଳି ଦୁଃଖ ରଖନା ରେ
ଦେଖ ନେତ୍ର ସୁମୁହୀଁ
ମୁଖରେ ଆଶୁ କେତକୀ ତଳଦଳ
ବକ୍ଷରେ ଲାଗିଲା ରଘୁନାଥ କହି । ୪ ।