(ରଘୁନାଥ— ରାଗ ସାରଙ୍ଗ, ତାଳ ଝୁଲା)
ଏ ଜାର ରୀତି ଜାଣିଲି ଏଣିକି । ଘୋଷା ।
ଯାର ସହିତ ରଜନୀଯାକ
ଜାଗର କଲେ ହେ ରସିକ
ତାର ତାର କରଜ ଗାର
ହାର ହୋଇଛି ହୃଦୟ ଉପର । ୧ ।
ଦନ୍ତ ଚିହ୍ନ ଅଧରେ ଦେଖି
ଅନ୍ତରେ ମୁନେ ହୋଇଛି ଦୁଃଖୀ
ଅନ୍ତର ନୋହିବାକୁ ଚଣ୍ଡୀକାନ୍ତ
ପରର ଯନ୍ତର ଏ କି । ୨ ।
ପାଥୋଜ ମୁଖୀ କିଶୋର କଥିତ
ଏଥର ହେଲେ ହୁଅ ନିବର୍ତ୍ତ
ହାତ ଧରି କହେ ରଘୁନାଥ
କବି ଯାମିନୀନାଥ ଏତିକି । ୩ ।