E Jara Riti Janili

ଏ ଜାର ରୀତି ଜାଣିଲି
(Raghunatha— Raga Saranga, Tala Jhula)
(ରଘୁନାଥ— ରାଗ ସାରଙ୍ଗ, ତାଳ ଝୁଲା)

ଏ ଜାର ରୀତି ଜାଣିଲି ଏଣିକି । ଘୋଷା ।

ଯାର ସହିତ ରଜନୀଯାକ
ଜାଗର କଲେ ହେ ରସିକ
ତାର ତାର କରଜ ଗାର
ହାର ହୋଇଛି ହୃଦୟ ଉପର । ୧ ।

ଦନ୍ତ ଚିହ୍ନ ଅଧରେ ଦେଖି
ଅନ୍ତରେ ମୁନେ ହୋଇଛି ଦୁଃଖୀ
ଅନ୍ତର ନୋହିବାକୁ ଚଣ୍ଡୀକାନ୍ତ
ପରର ଯନ୍ତର ଏ କି । ୨ ।

ପାଥୋଜ ମୁଖୀ କିଶୋର କଥିତ
ଏଥର ହେଲେ ହୁଅ ନିବର୍ତ୍ତ
ହାତ ଧରି କହେ ରଘୁନାଥ
କବି ଯାମିନୀନାଥ
ଏତିକି । ୩ ।