E Rasamaya Basanta

ଏ ରସମୟ ବସନ୍ତ
(Raghunatha— Raga Kalyana, Tala Ekatali)
(ରଘୁନାଥ— ରାଗ କଲ୍ୟାଣ, ତାଳ ଏକତାଳି)

ଏ ରସମୟ ବସନ୍ତ ବିରସ ନ କର ଚିତ୍ତ
ସରସରେ ପ୍ରାଣମିତ ହରଷ କର ଉଦିତ । ୧ ।

ଭ୍ରମର ଝଙ୍କାର ଶୁଣି କାମର ବଢ଼ିଛି ଆଣି
ପାମରପଣରେ ପୁଣି ମୋ ମରମେ ବିନ୍ଧେ ଟାଣି । ୨ ।

କାନନପ୍ରିୟ ଡାଳରେ ମନ ନ ରହେ ଥିରରେ
ଦିନ ନ ସରେ ଦୁଃଖରେ ଆନନକୁ ଟେକ ବାରେ । ୩ ।

କବିଚନ୍ଦ୍ର ରଘୁନାଥ ଭାବି କହେ ମନୋରଥ
ଅବିଳମ୍ବେ ହେବ ସାର୍ଥ ସେବିଲେ ଯୁଗଳ ପଥ । ୪ ।