Jaa Taku Majja

ଯା ତାକୁ ମଜ୍ଜା
(Raghunatha— Raga Saberi, Tala Adatali)
(ରଘୁନାଥ— ରାଗ ସାବେରୀ, ତାଳ ଆଡ଼ତାଳି)

ଯା ତାକୁ ମଜ୍ଜା ଜାଣିଲି ଜାଣିଲି ମଜ୍ଜା । ଘୋଷା ।

ଯା ତୁଲେ ଯାମିନୀ ନେଲ
ଜାଣୁମଣି ସେ ଜାଗରେ । ୧ ।

ସୁନ୍ଦର ଅଞ୍ଜନ ଚିହ୍ନ
ସୁନ୍ଦରତରେ ବନ୍ଧୁ ହର ହେ ତା ମନ । ୨ ।

ନିଶା ଜଗାଇ କୁଞ୍ଜରେ
ରସାଇବାକୁ ଦିଶାଅ ମୁଖ ପ୍ରାତରେ । ୩ ।

କହଇ କବି ସୁଧାଂଶୁ
କହିଲେ ରାଧା ମୋହନ କୁହନା ବଶୁ । ୪ ।