E Ki Bhangi

ଏ କି ଭଙ୍ଗୀ
(Raghunatha— Raga Sri, Tala Ekatali)
(ରଘୁନାଥ— ରାଗ ଶ୍ରୀ, ତାଳ ଏକତାଳି)

ଏ କି ଭଙ୍ଗୀ ତୁ ଅଙ୍ଗୀକାର ନ କରୁ
ରଙ୍ଗିମାଧରୀ ଜୀବ ସଙ୍ଗିନୀ ରେ । ଘୋଷା ।

ସଙ୍ଗରେ ମୋହର ରଙ୍ଗରେ ବିହାର
ତୁଙ୍ଗସ୍ତନୀରେ ତୁ ନ ଭାଙ୍ଗ ଆଶାକୁ ଭୂରୁଭଙ୍ଗିନୀ ରେ । ୧ ।

ବାମନୟନୀ ତୋ ବାମ ଦେଖି କାମ
ଯାମ ଯାମକରେ ଝାମ ଦେଉଛି ହେମବରନୀ ରେ । ୨ ।

ସୁନ୍ଦରୀମଣି ଅସୁନ୍ଦର ଏ ରୀତି
ମନ୍ଦ ଦ୍ୱନ୍ଦ ବନ୍ଦ ବହୁ କୁନ୍ଦରଦନୀ ଗୁଣବନ୍ଦିନୀ ରେ । ୩ ।

ପାଶରେ ତୁ ବସ ଦୋଷକୁ ନ ଘୋଷ
ଭାଷଇ ରଘୁନାଥ ଭାଷ ଭାଷ ବିଧୁହାସିନୀ ରେ । ୪ ।