(ଦ୍ୱିଜ ପଦ୍ମନାଭ— ରାଗ ଝିଞ୍ଜୋଟି, ତାଳ ଝୁଲା)
ଆହେ ବ୍ରଜପୁର ନରରାଜା ସୁତ
ମୋ ପୁରରୁ ଯା ଯା
କରି ବିନତି କହ ତା ଠାରେ
ଯହିଁ ଜାଗର କଲ ତାଜା । ଘୋଷା ।
ହୃଦେ ଅଙ୍କିତ କରଜ ରେଖ
ମୁଁ କେତେ କହିବି ଅତି ଅଲେଖ
ଆହେ ବିବେକ ମୁକୁର ଦେଖ
ଦିଶେ ମୁଖ ପ୍ରତିଭା ଯା । ୧ ।
ଅରୁଣାଧରେ ଦଶନ ଘାତ
ଘୂର୍ଣ୍ଣିତ ନୟନ ପଲକପାତ
କହୁଁ କହୁଁ ଗିର ହୁଅ ଅଚେତ
ବାସରେ ଥରେ ବାସରେ ଥରେ ଶୋ ଯା । ୨ ।
ବନଜବଦନ ମଳିନ ତୋର
ନୀଳବସନ ପାଲଟ କର
ଯାବକ ହୃଦ ବହିଛି ଯାର
ମାନସେ କର ହେଢ଼ା ଯା । ୩ ।
ଭାଷଇ ଦ୍ୱିଜ ପଦ୍ମନାଭ
ଭାବରେ ଯହୁ କଲ ଅଭାବ
ଲଭିବ ପୀରତି ପରମ ଲାଭ
ଚନ୍ଦ୍ରବଦନ ଧୋ ଯା । ୪ ।