Jaa Jaa Re Sangini Tu

ଯା ଯା ରେ ସଙ୍ଗିନୀ ତୁ
(Raghunatha— Raga Suratha, Tala Ekatali)
(ରଘୁନାଥ— ରାଗ ସୁରଠ, ତାଳ ଏକତାଳି)

ଯା ଯା ରେ ସଙ୍ଗିନୀ ତୁ
ତା ଠାରେ ସାର ନାହିଁ ରେ । ଘୋଷା ।

କ୍ଷଣକ କଥା କ୍ଷଣକୁ ଯାର ନାହିଁ ରେ
ତା ଭାବରେ ଭୁଲିଲେ ଉଦ୍ଧାର ନାହିଁ ରେ । ୧ ।

ଯେମନ୍ତ ଘନେ ବିଜୁଳି ଥିର ନାହିଁ ରେ
ସେହିପରି ତୋ ସ୍ନେହରେ ଚିର ନାହିଁ ରେ । ୨ ।

ତୋ ତାରେ ତ ଭିତର ବାହାର ନାହିଁ ରେ
ସେ ଘେନି କହୁଛି ମୋର ମନ ନାହିଁ ରେ । ୩ ।

ରଘୁନାଥ କହେ ଯା ସ୍ୱୀକାର ନାହିଁ ରେ
ତାକୁ ବଳେ ନେବାକୁ ତ ଜୋର ନାହିଁ ରେ । ୪ ।