Mara Phula Sara Na Mara

ମାର ଫୁଲଶର ନ ମାର
(Raghunatha— Raga Bhairabi, Tala Ekatali)
(ରଘୁନାଥ— ରାଗ ଭୈରବୀ, ତାଳ ଏକତାଳି)

ମାର ଫୁଲଶର ନ ମାର
ସାର ଯଶ ନ ସାର
ସାରସ ଗମନୀ ନିରାଶ ପରାଶରେ
ଧୀର ହଜାଇ ଅଥିର ହୋଇଛି ମୁହିଁ । ଘୋଷା ।

ହର ସିନା ପର ତୋହର
ପର ହାର ତାପର । ୧ ।

ଭାବ ଛାଡ଼ି ନୁହଁ ଅଭାବ
ଭାବ ତେଜି ପ୍ରଭାବ । ୨ ।

ଭଣି କବିଚନ୍ଦ୍ର ନ ଭଣି
ବାଣୀ ରହୁ ସୁବାଣି । ୩ ।