Bada Kari Madana

ବାଦ କରି ମଦନ
(Dwija Padmanabha— Raga Suratha, Tala Ekatali)
(ଦ୍ୱିଜ ପଦ୍ମନାଭ— ରାଗ ସୁରଠ, ତାଳ ଏକତାଳି)

ବାଦ କରି ମଦନ ତରଜ ନା
ସଂଶୟ ପରିହର ମୁଁ ହରି ହର ତୋ ପର
ପଞ୍ଚ ସୁମନଶର ବରଜ ନା । ଘୋଷା ।

ମମ ହୃଦ ହାର ମାର ସେ କି ବିଷଧର
ମଳୟଜ ରଜ ତୁ ଭଷ ମଣ ନା
ଅତିଶୟ ମଞ୍ଜୁଳ ନବ କୁବଳୟ ଦଳ
କଣ୍ଠେ ନୁହେ ଗରଳ ଗରଜ ନା । ୧ ।

ରାଧା ନୟନ ବାଣେ ତନୁ ଜରଜର
ଦୁଃସହ ଧୃତି ରତିପତି ହର ନା
ସୁବୁଦ୍ଧି ଗୁଣନିଧି ମୂର୍ଚ୍ଛିତ ଜନ ବଧି
ଦୁଷ୍ଟ କୁବୁଦ୍ଧି ସିଦ୍ଧି ଅରଜ ନା । ୨ ।

କହେ ଦ୍ୱିଜ ପଦ୍ମନାଭ ଶୁଣ ମାଧବ
ଆଣିବି ରସମୟୀ ସୁଖସଦନା
ବିହର ତ ସଙ୍ଗର ଦର୍ପକ ଦର ଦୂର
କର ସବିନୟ ଗିର ସରଜ ନା । ୩ ।