(ରଘୁନାଥ— ରାଗ ଆହାରୀ, ତାଳ ଏକତାଳି)
କହ ଗୋ ତୁହି ଯାଅ ଗୋ ସହୀକି ଥରେ । ଘୋଷା ।
କହ ସରାଗରେ ରହ ତା ଆଗରେ
କୁହନା ନ କର ମୋହ ବିଷୟରେ । ୧ ।
ମନ୍ଦପାଳ ରୁତ ମନ୍ଦ ମନ୍ଦ ରୁତ
ଦ୍ୱନ୍ଦ କରୁଛି ଏବେ ସୁନ୍ଦରୀ ବିରହେ ତ । ୨ ।
ଶୁଣି ବିନୟ ମୋର ଜାଣି ଦୁଃଖ ନିକର
ଏଣୀ ସୁନୟନାର ପାଣି ଧରି ସତ୍ୱର । ୩ ।
କହେ ରଘୁନାଥ କବି ନିଶାନାଥ
ମୋହନ ସଖୀକି କହିବା ଚରିତ । ୪ ।