Janaibi Sina Bare Bare

ଜଣାଇବି ସିନା ବାରେ ବାରେ
(Raghunatha— Raga Khambaja, Tala Ekatali)
(ରଘୁନାଥ— ରାଗ ଖମ୍ବାଜ, ତାଳ ଏକତାଳି)

ଜଣାଇବି ସିନା ବାରେ ବାରେ ରସବତୀକି
ଶୁଣା ନୋହିଲେ ମୋର କି ଉପାୟ ଅଛି ଏଣିକି । ଘୋଷା ।

ଶିଖାଇ ପ୍ରଣୟ ରୀତି ଦେଖାଇ ଅନେକ ନୀତି
ଦେଖାଦେଖି ହେଲା ପରି ଉଚିତ ଭାରତୀ କି । ୧ ।

ଝଳାଇ ମନ ମନ୍ଦରେ ଛଳାଇ ତାକୁ ପ୍ରେମରେ
ହେଳା ତେଜି ବାଳା ବଳାଇଲା ପରି ମତିକି । ୨ ।

ତୋ ଲାଗି ମୁରଲୀଧର ହେଲା ଏଥର ଅଥିର
ଭୁଲାଭୁଲି କରିବାର ହୋଉ ବୋଲି ଏତିକି । ୩ ।

ଦ୍ୱିଜ ରଘୁନାଥ ଭାଷି ଦୂତୀ କିଶୋରଙ୍କୁ ତୋଷି
ଗଜଗତି ନିକଟକୁ କଲେ ବେଗେ ଗତିକି । ୪ ।