(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)
ସହି ଗୋ କହିବୁ ତୁ ଏହା
ସେହି ନ କଲେ କରୁଣା କେହି ନାହିଁ ସାହା । ଘୋଷା ।
ଆଶା କରି ଶଶ ନାଶ ଆଜ ଯାଏ ଅଛି
ନିଶାନାଥର ହୃଦରେ ବସା କରିଛି । ୧ ।
ଶଶୀ କେମନ୍ତ ସୁନ୍ଦର ସମସ୍ତେ ତ ଜାଣ
ନିଶିକି ଆସି ରସୁଛି ନ ଥିଲେହେଁ ଗୁଣ । ୨ ।
ଚାତକ ସାନ ତା ବାଞ୍ଛା ଜଳଦ ତ ଉରେ
ପାତକୀ ଦେଖି ତୀର୍ଥ କି ପାବନ ନ କରେ । ୩ ।
ଅଳିକି ନଳିନ ରସେ ଅନୁଗତ ମାନି
ବଳିଶୋଭିନୀ ନ ତେଜୁ କଳା ରୂପ ଘେନି । ୪ ।
କବି ନିଶାନାଥ ରଘୁନାଥ ଏହା ଭଣି
ଅବିଳମ୍ବେ ଦୂତୀ ବୋଲେ ଅତି ମୃଦୁ ବାଣୀ । ୫ ।