Jati Kahibaku Sate

ଜଟି କହିବାକୁ ସତେ
(Raghunatha— Raga Dhanasri, Tala Ekatali)
(ରଘୁନାଥ— ରାଗ ଧନାଶ୍ରୀ, ତାଳ ଏକତାଳି)

ଜଟି କହିବାକୁ ସତେ କି ଅଛି ହେ
ସାକ୍ଷାତେ ଯେ ଚୋରପଣ ଦେଖିଛି ହେ । ଘୋଷା ।

ହଟ କରିଅଛି ସେହି ଅଳିକି ଅନାଉ ନାହିଁ
ଅଟକ କଳା ସଖୀଙ୍କି ହୋଇଛି ହେ । ୧ ।

ପିକକୁ ମୁଁ ନ ଦେଖିବି ବୋଲି ମନେ ମନେ ଭାବି
ନିକଟ ରସାଳ ରସେ ଛାଡ଼ିଛି ହେ । ୨ ।

କହିବି ବୋଇଲେ ତାକୁ ମୁହଁ ଅଛିକି ଆମ୍ଭଙ୍କୁ
ଯହିଁ ତହିଁ ସାକ୍ଷୀ ତ ସେ ରହିଛି ହେ । ୩ ।

କହେ ରସେ ରଘୁନାଥ କବି କୁମୁଦିନୀ ନାଥ
ମୋହନ ବୋଇଲେ ଦୋଷ କରିଛି ଗୋ । ୪ ।