Na Kahile Pade Nipata Bipade

ନ କହିଲେ ପଦେ ନିପଟ ବିପଦେ
(Raghunatha— Raga Asabari, Tala Adatali)
(ରଘୁନାଥ— ରାଗ ଆଶାବରୀ, ତାଳ ଆଡ଼ତାଳି)

ନ କହିଲେ ପଦେ ନିପଟ ବିପଦେ
ନିକର ବୁଡ଼ାଇ ଦେବୁ ସିନା ଗୋ । ଘୋଷା ।

ନ ଜାଣି ଜାଣିବା ଦୋଷ ହେଲେ ସେବା
ନ କରିବ କ୍ଷମା ଯଦି ନବୀନା ରେ
ବୁଝାମଣା ହେଲେ ଊଣା ବୋଲିବେ
ଲୋକେ କେତେ ଭାବନା ରେ । ୧ ।

ତୁ ତାର ସଜନୀ ମୁଁ ତୋର ଭଜନୀ
ତୋ ଚିତ୍ତେ କରୁଣା କରୁ କି ନା ଗୋ
ସେ ତ ଦୟାବତୀକି ଘେନ ବିନତି
ବୋଲିବୁ ଗତି ନାହିଁ ତୋ ବିନା ରେ । ୨ ।

କୁଞ୍ଜରେ ବସିଛି ତୋ ବାଟ ଚାହୁଁଛି
ନ କହିଲେ ତୁ ମୋ ନିବେଦନା ରେ
କୁଞ୍ଜରଗତି ହେଜ ମିଥ୍ୟା ମନୁ ହେ ଆଜ
ଯମୁନାରେ ଝାସ ଦେବି ତୋ ନାଁ ରେ । ୩ ।

କହେ ରଘୁନାଥ କବି ନିଶାନାଥ
ମୋହନ ନିଷ୍ଠୁର ଜଳପନାରେ
କହିଲେ ସଜନୀ ଆଣିବି ରଜନୀ
କହି ବିନୟନୟ କଳପନାରେ । ୪ ।