Sangini Rasa Rangini Bhuru Bhangini

ସଙ୍ଗିନୀ ରସରଙ୍ଗିନୀ ଭୂରୁଭଙ୍ଗିନୀ
(Anonymous— Raga Kalyana, Tala Jhula)
(ଅଜ୍ଞାତ କବି— ରାଗ କଲ୍ୟାଣ, ତାଳ ଝୁଲା)

ସଙ୍ଗିନୀ ରସରଙ୍ଗିନୀ ଭୂରୁଭଙ୍ଗିନୀ ରୁଷ ନା ରେ
ହେମାଙ୍ଗୀରେ ବରଭଙ୍ଗରେ ସୁଅପାଙ୍ଗିରେ ତୁ ଅନାରେ ।
ସଙ୍ଗେ ମୋହର ରଙ୍ଗେ ବିହର
ଭାଙ୍ଗିଦିଅ ଅନଙ୍ଗର ଦର
ରଙ୍ଗୀକି କର ଅଙ୍ଗୀକାର
ତୁଙ୍ଗସ୍ତନୀ ସୁମଙ୍ଗଳ କର । ୧ ।

ପଙ୍କଜମୁହୀଁ କିଙ୍କର ମୁହିଁ ରଙ୍ଗୁ ନୟନି ଆରେ
ନିଃଶଙ୍କରେ ମୋ ଅଙ୍କରେ ପଲ୍ୟଙ୍କରେ ବସ ଧୀରେ ।
ଶଙ୍କନା ମୋ ରଙ୍କର ଧନ
କୁଙ୍କୁମ ବରନୀଙ୍କ ରତନ
ହୁଂକୃତ ଝିଙ୍କି ମାରେ
କଙ୍କପତ୍ର ଶଙ୍କରପର । ୨ ।