Gopinathaya Mangalam

ଗୋପୀନାଥାୟ ମଙ୍ଗଳଂ
(Raghunatha— Raga Kalyana, Tala Jhula)
(ରଘୁନାଥ— ରାଗ କଲ୍ୟାଣ, ତାଳ ଝୁଲା)

ଗୋପୀନାଥାୟ ମଙ୍ଗଳଂ ଗୋ ଗୋପବାଳ
ପାପ ମୋଚନାୟ ମଙ୍ଗଳଂ
ପାପନିକର ଖଣ୍ଡନାୟ ପାପ ସହୃଦି ମଣ୍ଡନାୟ
ଆପଦଚୟ ମୋକ୍ଷଣାୟ ଭୂପଚକ୍ର ରକ୍ଷଣାୟ । ୧ ।

ନନ୍ଦବାଳାୟ ମଙ୍ଗଳଂ ଆନନ୍ଦକନ୍ଦ
ମନ୍ଦହାସାୟ ମଙ୍ଗଳଂ
ଚନ୍ଦନବିନ୍ଦୁ ଭୂଷିତାଙ୍ଗ ଇନ୍ଦୁବଦନୀ ବୃନ୍ଦ ସଙ୍ଗ
ମନ୍ଦରଧର ଲୋକପାଳ କୁନ୍ଦରଦନ କାନ୍ତିଲୋଳ । ୨ ।

କେଶିନାଶାୟ ମଙ୍ଗଳଂ ସୁଭକ୍ତବଂଶ
ପାଳ ଲୋଳାୟ ମଙ୍ଗଳଂ
ବାସବାଦି ଶେଷ ବ୍ୟୋମ କେଶଭଜିତ ଦିବ୍ୟନାମ
ଦୋଷରହିତ ମୋକ୍ଷଧାମ ଦାସ ନିକର ପୂର୍ଣ୍ଣକାମ । ୩ ।

କଂସନାଶାୟ ମଙ୍ଗଳଂ ଅଦୋଷଦର୍ଶୀ
ବଂଶୀବାଦନାୟ ମଙ୍ଗଳଂ
ନାଶିତ ଭବବନ୍ଧ ମୋହ ପୋଷିତ ସୁରମୌନିବହା
-ଭୂଷିତ ଶିଖିଚନ୍ଦ୍ର ନିଚୟ ତୋଷିତ କବିଚନ୍ଦ୍ର ହୃଦୟ । ୪ ।