Chhadi Dia Manu Chinta

ଛାଡ଼ି ଦିଅ ମନୁ ଚିନ୍ତା
(Benudhara— Raga Suddhadesi, Tala Khemata)
(ବେଣୁଧର— ରାଗ ଶୁଦ୍ଧଦେଶୀ, ତାଳ ଖେମଟା)

ଛାଡ଼ି ଦିଅ ମନୁ ଚିନ୍ତା ହେ ମୋହନ
ଛାଡ଼ି ଦିଅ ମନୁ ଚିନ୍ତା
ଆହା ଧନମାଳୀ ଶିଖଣ୍ଡମଉଳି
ପାଇଲେଣି କେତେ ବ୍ୟଥା । ଘୋଷା ।

ଚଞ୍ଚଳ ବିଜୟ କର କଳାକାହ୍ନୁ
ଚଞ୍ଚଳ ବିଜୟ କର
ଅଞ୍ଚଳରେ ମୁହଁ ପୋଛି ପୋଛି ଯାଅ
ଯାହାର ସେ ଜରଜର । ୧ ।

କହିବ ହେଲେ ତା ଆଗେ ହେ ମୋହନ
କହିବ ହେଲେ ତା ଆଗେ
କରୁଣା ବଡ଼ୀଶେ ଅରୁଣ ଅଧରୀ
ଘେନିବେ ଅତି ସରାଗେ । ୨ ।

ତହୁଁ କହିଲେ ମୋହନ କାନ୍ଦି କାନ୍ଦି
ତହୁଁ କହିଲେ ମୋହନ
କବିଚନ୍ଦ୍ର ବେଣୁଧର କହେ ଦୁଃଖେ
ଛନ୍ଦା ପାଦେ କରି ଧ୍ୟାନ । ୩ ।