Khanjana Nayani Chahan

ଖଞ୍ଜନ ନୟନୀ ଚାହାଁ
(Singhari Damodar Kar— Raga Sankarabharana, Tala Ekatali)
(ସିଂହାରୀ ଦାମୋଦର କର— ରାଗ ଶଙ୍କରାଭରଣ, ତାଳ ଏକତାଳି)

ମାନ ତେଜ ସୁନାଗୋରୀ ସରାଗେ ରମଣୀମଣି
ଖଞ୍ଜନ ନୟନୀ ଚାହାଁ
ଦଣ୍ଡନା ଆଉ ମହୀମଣ୍ଡନା ରେ ସୁମତି
ମଣ୍ଡ ତୁଣ୍ଡେ ମଧୁ ହାସ ସୁରସବତୀ । ଘୋଷା ।

କଣ୍ଠୀରବ ମଧ୍ୟମା ରାମାରତନ ବାମା
ଗଣ୍ଠିଧନ ମୋ ସୁଷମାନନୀ କର କ୍ଷମା
(ପଡ଼ି)
ନାଶ ମୋ ମନୁ ପରାଶ ଅତନୁ ତନୁ
କାଶବିଜିତ ମୃଦୁହାସ ପୀରତି ଧନୁ
ନିନ୍ଦି ଇନ୍ଦୁ ଗୁରୁବାଣୀ ଶଶୀବଦନୀ
ବିତରି ତୁରିତେ ପୁରତେ ପରତେ ଜବାଧରା । ୧ ।

କୁସୁମଚାପ ଜିଣି ଠାଣି ତ୍ରିଭଙ୍ଗ ଆଣି
ତେଜି ମରୁତସୁତ ସଘନେ ବାମ ପାଣି
(ପଡ଼ି)
ଆଣି ଏଣୀନୟନା ଜାଣି ହରବଦନା
ବାଣୀ ପାଣି ପରମାଣି ସୁରସଦନା
ରାଣୀ ରମଣୀମଣି କୁଳକୁଳରଦନା
ପରତେ ଅରତେ ସୁରତେ ପରତେ ରସବତୀ । ୨ ।

କଳକଣ୍ଠ ନିନାଦେ ସଜାଇ ତୁ ପାଦେ
ସଜାଇ କବରୀ ହଜାଇ ଚେତନା ମଖି
(ପଡ଼ି)
ଶାନ୍ତିପ୍ରଦାନ ହରଭ୍ରାନ୍ତିରେ ଜରଜର
କାନ୍ତି ଛବିରେ ନଖ ଶାନ୍ତି ପୁରନ୍ଦର
ରମଣୀ ନିନ୍ଦି ସୁଖ ଇନ୍ଦି ଇନ୍ଦୀବର
ବଦନ ସଦନ ରଦନା ବଦନା ରେ ସୁମନା । ୩ ।