(ସୋମନାଥ ସିଂହ— ରାଗ ମାରୁଆ)
ଚାହିଁଲା ସେ
ଚାହିଁ ମୋ ମନକୁ ମୋହିଲା ସେ । ଘୋଷା ।
ଛଇଳବର ନାଗର ଛିନ୍ନ କଲା ଏତେ ଦୂର
ଛଟକେ କଲା ବାହାର । ୧ ।
ଯହିଁକି କରଇ ହଟ ଜଗିଥାଏ ଜଳଘାଟ
ଜବାଧରେ କରେ ହଟ । ୨ ।
ଝଟକେ ପକାଏ ମୋହେ ଝଡ଼ଇ ଦେହ ତା ସ୍ନେହେ
ଝରି ନୀର ନେତ୍ରୁ ବହେ । ୩ ।
ନବ ଅନୁରାଗ ସହି ନବେ ଘରେ ନୋହେ କହି
ନ ଦିଶେ ତା ବିନା କେହି । ୪ ।
ଟଳି ବିବେକ ହୁଡ଼ଇ ଟଳି ନୋହେ ସ୍ନେହ ସହି
ଟଙ୍କଧର ପଦ ରହି । ୫ ।
ଠକି ରସାଇଲା ପାଶେ ଠକ ବୁଦ୍ଧି କେତେ ଦିଶେ
ଠିକେ ବୀରବର ଭାଷେ । ୬ ।