Nagara Mohana Rupa Mohila

ନାଗର ମୋହନ ରୂପ ମୋହିଲା
(Somanatha Singha)
(ସୋମନାଥ ସିଂହ)

ନାଗର ମୋହନ ରୂପ ମୋହିଲା ରେ
ମୋହିଲା କ୍ଷଣି ଅତନୁ ଦହିଲା ରେ
ଥରଥର କରି ଦେଲା ଦହି ଝରଝର ନେତ୍ରୁ ନୀର ବହି
ମାର ମାରଣ ତ କହି ନୋହିଲା ରେ । ଘୋଷା ।

ସଦନେ ରହି ନୁହଇ ଅନୁକ୍ଷଣେ
ଚିତ୍ତ ବିଚଳିତ ହୁଏ ତାହା ଘେନି
ରସେ ରସିବାକୁ ଚିତ୍ତ ହୁଅଇ ଅନବରତ
ନ ରଖେ ଦୂତ ବରତ କି ହେଲା ରେ । ୧ ।

ଦମ୍ଭ ଜୀବ ବିବେକ ପାଶୋରାଇ
ଅଧିକେ ଲୋଭ ଯତନେ ପଲ୍ଲବାଇ
ପାରିବ କେ ଏହା ସହି ସହିଲେ ନ ରହେ ରହି
ଆଉ କାହିଁ ଏ ତ ଦେଖା ନୋହିଲା ରେ । ୩ ।

ବିଷମ ହେଲାଣି ଦଶାର ସାଗରେ
ମୋହର ଜ୍ଞାନ ଉଡ଼ୁଛି ସନ୍ତାପରେ
ଥିଲା ଏତେ କାଳେ ଏହା କହିଲେ କମ୍ପୁଛି ହିଆ
ଆନ କେହି ନାହିଁ ସାହା କହିଲା ରେ । ୪ ।

ପରମାଦ ପୀରତିକି କରେ ଭୀତି
ଏବେ ହେଲାଣି ନିକର ସେହି ଗତି
କି କରିବି କରେ ମୋହ ଥିଲେ କି ଉପାୟ କହ
ଏବେ ବହୁତ ସନ୍ଦେହ ଲାଗିଲା ରେ । ୫ ।

ଜଣାଗଲାଣି ଏଥର ବଞ୍ଚି ନୋହେ
ଜାଣ ବୁଡ଼ିବି ନିଶ୍ଚୟ ତାଙ୍କ ସ୍ନେହେ
ଏଣିକି ନାହିଁ ବିଚାର ମୋହିଲେ ଶ୍ୟାମସୁନ୍ଦର
ସୋମନାଥ ବୀରବର ଭାଷିଲା ରେ । ୬ ।