Chhada He Pani Janithila Ke

ଛାଡ଼ ହେ ପାଣି ଜାଣିଥିଲା କେ
(Somanatha Singha— Raga Sankarabharana, Tala Ekatali)
(ସୋମନାଥ ସିଂହ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ଛାଡ଼ ହେ ପାଣି ଜାଣିଥିଲା କେ ଏହା
ପାଷାଣରୁ କର୍କଶ ପୁରୁଷଙ୍କ ମାନସ । ଘୋଷା ।

ଯାଇ ଦୂର ବିଦେଶେ ଥାଇ ହରଷେ
ନାହିଁ ଏ ଜ୍ଞାନ ଲେଶେ
ଶିରୀଷ ସୁକୋମଳା ସ୍ୱଭାବେ ଯେ ଅବଳା
ସେ ପୁଣି ଅବହେଳା କୁଳିଶେ ହେବ ଦଳା । ୧ ।

ଯା ବିନୟ ବଚନେ ଶୁଣଇ କାନେ
ତାକୁ ମାର ଜୀବନେ
ଯେହି ଏଡ଼େ ଦାରୁଣ ସେହି ମନ୍ମଥ ବାଣ
ବିହି ଯହିଁ କଷଣ କେହି ରହିବ ପ୍ରାଣ । ୨ ।

କହଇ ସୋମନାଥ କି ମନୋରଥ
ଭାଳି କହ ହେ ନାଥ
ଉଠ ନ କର ମଠ ଶଠ ଚାଟ ନ ଗଠ
ପଠନେ ହେବ କାଠ ମୋ ସେ ବିରହ ପାଠ । ୩ ।