(କବିଚନ୍ଦ୍ର କାଳୀଚରଣ)
( Palli Gita – folk / ପଲ୍ଲୀ ଗୀତ )
ନାଉରିଆ ରେ କରିଦେ ପାରି
କାଳିଆ ବଉଦ ଆସେ ବିଜୁଳି ମାରି । ଘୋଷା ।
କାତ ପାଉନାହିଁ ଆଉ ତହିଁରେ ପବନ ଦାଉ
ଭଣ୍ଡି ନ ଦିଅ ତୁ ଆଉ ଏତେବେଳେ ପର କରି । ୧ ।
ପାରି ମୂଲ ଦେବା ପାଇଁ କଡ଼ାଏ କଉଡ଼ି ନାହିଁ
କବିଚନ୍ଦ୍ର କହେ ଯାଇ ଶୁଝିବି ତୋ ସେବା କରି । ୨ ।