Sakhi Jiba Utha Go

ସଖୀ ଯିବା ଉଠ ଗୋ
(Upendra BhanjaAdatali)
(ଉପେନ୍ଦ୍ର ଭଞ୍ଜଆଡ଼ତାଳି)

(ବିପ୍ରଲବ୍ଧା)
ସଖୀ ଯିବା ଉଠ ଗୋ ସେ ତ କଲେ ମଠ ଗୋ
ସଙ୍କେତ ସ୍ଥାନକୁ ଆସି ସରିଲା ବିଅର୍ଥେ ନିଶି । ଘୋଷା ।

ସଦନେ ନେବା ସଙ୍ଗତେ ସୁଖ ଅରଜନ ଏତେ
ସରୋଜ ନୟନେ ନୀର ସୁହୃଦେ କାମ କାତର । ୧ ।

ସୁମନଲିଟ ପ୍ରକାର ସ୍ୱଭାବ ବିଟର
ସ୍ୱପନେ ଥିଲି ଜାଣିକି ସତ ଚେତିଲି ଏଣିକି । ୨ ।

ସୂର୍ଯ୍ୟମଣି ସ୍ୱେହୀ ସନ୍ତାପୁ ଆଜ ଜନ୍ମାଇ
ସେପରି ମୋ ଠାରେ କଲା ସୁରସିକ କେହି ହେଲା । ୩ ।

ସିଂହ ଚତୁର୍ଥୀ ଚନ୍ଦ୍ରରୁ ସେ ବଡ଼ ମୋ ଆଜଠାରୁ
ସରାଗେ ଚାହିଁବି ସତ୍ୟ କରୁଅଛି ମୁହିଁ । ୪ ।

ସଞ୍ଚାର ହୋଇଲେ ଜନ ସରିବ ମହତ ଘେନ
ସୁଉକ୍ତି ବିପ୍ରଲବ୍ଧାର ସର୍ଜେ ଭଞ୍ଜ ବୀରବର । ୫ ।