Atasi Kusuma Sama Syama He

ଅତସୀ କୁସୁମ ସମ ଶ୍ୟାମ ହେ
(Kabisurjya— Raga Jhinjoti, Tala Adatali)
(କବିସୂର୍ଯ୍ୟ— ରାଗ ଝିଞ୍ଜୋଟି, ତାଳ ଆଡ଼ତାଳି)

Ṇa Patala — Kisorachandrananda Champu
ଣ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଅତସୀ କୁସୁମ ସମ ଶ୍ୟାମ ହେ ମୁଁ ଗଲିଟି। ଘୋଷା ।

ଅଳି ତୁମ୍ଭର ନିବିଡ଼ ଅସହିଷ୍ଣୁ ସେ ଯେ ବଡ଼
ଅବଶ୍ୟ ତ ଛାମୁରେ ମୁଁ ନିବେଦନ କଲିଟି । ୧ ।

ଅଧ ଅଧରରେ ସ୍ମିତ ଉଲ୍ଲସି ହେଲେ ଲଜ୍ଜିତ
ଊହିବି ଏହିଟି ବୋଲି କୃପାକଳ୍ପ ବଲ୍ଲୀଟି । ୨ ।

ଆରକତ କଲେ ମୁଖ ଅଖଣ୍ଡ ସୁଧା ମୟୂଖ
ଆବୁର ସରିବ ମୋର ଜୀଇଲେ ହେଁ ମଲିଟି । ୩ ।

ଅଦୃଷ୍ଟ ବଳୁଁ କିଶୋରୀ ଅଙ୍ଗୀକାର କଲେ ସରି
ଅଭାବେ ଉଚ୍ଛନ୍ନ ହେବ ଏ ବଲ୍ଲବ ପଲ୍ଲୀଟି । ୪ ।

ଉଗ୍ର ନିର୍ଦ୍ଦେଶ ନୃପର ଉପବନ ଗୋପପୁର
ଆଶ୍ରୟ ନୋହିବ ଗୋବର୍ଦ୍ଧନ ଗିରିଦରୀଟି । ୫ ।

ଅଷ୍ଟଦୁର୍ଗ ନାଥ ଭାଷେ ଆହା ଧ୍ୟାନେ କି ଶୋଭା ସେ
ଅଖିଳ ଜନନୀ ନାସା ମୃଗମଦ କଲିଟି । ୬ ।