Thapire Kaha Tathapi Re Priya Sakhi

ଥାପିରେ କହ ତଥାପି ରେ ପ୍ରିୟସଖି
(Kabisurjya— Raga Jhinjoti, Tala Adatali)
(କବିସୂର୍ଯ୍ୟ— ରାଗ ଝିଞ୍ଜୋଟି, ତାଳ ଆଡ଼ତାଳି)

Tha Patala — Kisorachandrananda Champu
ଥ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଥାପିରେ କହ ତଥାପି ରେ ପ୍ରିୟସଖି
ଥିବି କି ଛାଡ଼ିବି ପ୍ରାଣ ।ପଦ।

ଥିଲା ପରି ସ୍ନେହ ଲାଗିଲା କି କହ
ଅଛିଟି ତୋତେ ମୋ ରାଣ । ୧ ।

ଥକାଇ ତୁ କହୁ କହୁ ଧୃତି ରହୁ
ନାହିଁଟି ମୋହର ଜାଣ । ୨ ।

ଥୋକାଏ ତୋ ପ୍ରୀତି ବିଧିକି ସମ୍ମତି
କଲେ କି ମୋ ପରିତ୍ରାଣ । ୩ ।

ଥରେ ହେଲେ ବିକିହେବି ମୋତେ ନିକି
ବଞ୍ଚାଇବ ପଞ୍ଚବାଣ । ୪ ।

ଥୋଇ ହୃଦେ ଛଳ ନ କର ବିକଳ
କହେ ଅଷ୍ଟଦୁର୍ଗ ରାଣ । ୫ ।