Hari Ambhara E Ta Pranara Dhana

ହରି ଆମ୍ଭର ଏ ତ ପ୍ରାଣର ଧନ
(Kabisurjya— Raga Chandrakanta, Tala Jati)
(କବିସୂର୍ଯ୍ୟ— ରାଗ ଚନ୍ଦ୍ରକାନ୍ତ, ତାଳ ଯତି)

Ha Patala — Kisorachandrananda Champu
ହ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ହରି ଆମ୍ଭର ଏ ତ ପ୍ରାଣର ଧନ । ଘୋଷା ।

ହରିହୟ ମଣିକି ଜିଣିଛି ଅପଘନ
ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ । ୧ ।

ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ
ନୋହିବ ଏ ମୋହନ ସମାନ ଗୋ । ୨ ।

ହଜି ନ ଯିବ ଜୀମୂତ କେଶାର କି ଜ୍ଞାନ
ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ । ୩ ।

ହଟି ଥରେ କରିବା କି ରଦାମ୍ବର ପାନ
ହେଉ ଫଳବନ୍ତ ଯଉବନ ଗୋ । ୪ ।

ହାର ମଧ୍ୟରେ ଆମ୍ଭ ତରଳ ରତନ ଗୋ
ହେବେ କି ଏ ଯୁବତୀ ଜୀବନ ଗୋ । ୫ ।

ହୃଷ୍ଟ ହୋଇ ଅଷ୍ଟଦୁର୍ଗ ନମୁଚି ସୂଦନ ଗୋ
କରେ ଏ ରସରେ ବିରଚନ ଗୋ । ୬ ।